ତିନିଦିନର ବନ୍ଦ ପରେ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ : ତିନିଦିନର ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର । ଇଂରାଜୀ ନବବର୍ଷର ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ରଖାଯାଇଥିଲା । ଖବର ଅନୁଯାୟୀ, ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଓମିକ୍ରନ ସଂକ୍ରମଣ ଭୟ ଥିବାରୁ ଭକ୍ତମାନେ ବ୍ୟାରିକେଡରେ ଯାଇ କୋଭିଡ୍ କଟକଣା ମାନି ଦର୍ଶନ କରିବାକୁ ଅପିଲ୍ କରାଯାଇଛି । ଗର୍ଭବତୀ ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତିମାନଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ପୁରୀ ସହରବାସୀ ପୂର୍ବ ପରି ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଯିବେ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ୯୬ ଘଣ୍ଟାର ଆରଟି-ପିସିଆର ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଭ୍ୟାକସିନ ସାର୍ଟିଫିକେଟ ବାଧ୍ୟତାମୂଳକ । ଭୋର ୫.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *