ମଣ୍ଡିରୁ ଧାନ ଉଠିବା ଘଟଣାରେ ରାସ୍ତା ରୋକ କଲେ ଚାଷୀ

ପଦ୍ମପୁର : ରାସ୍ତା ରୋକ କରିଛନ୍ତି ବରତୁଣ୍ଡା ଅଞ୍ଚଳର ଚାଷୀ । ବରଗଡ଼ ଜିଲ୍ଲା ପଦ୍ମପୁର ନୂଆପଡ଼ା ରାସ୍ତା ବରତୁଣ୍ଡା ଛକରେ ରାସ୍ତାରୋକ କରିଛନ୍ତି ଚାଷୀ । ଅଟକି ରହିଛି ଅନେକ ଗାଡ଼ି । ଖବର ଅନୁଯାୟୀ, ବରତୁଣ୍ଡା ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ତାକୁ ଶିଘ୍ର ଉଠାଇବା ଦାବିରେ ରାସ୍ତା ରୋକ କରିଛନ୍ତି ବରତୁଣ୍ଡା ଅଞ୍ଚଳର ଚାଷୀ । ବାରମ୍ବାର ସେମାନେ ଗୁହାରି କରିଥିଲେ ହେଲେ ଧାନ ଉଠୁନାହିଁ । ସେଥିପାଇଁ ଚାଷୀମାନେ ବାଧ୍ୟ ହୋଇ ଆଜି ରାସ୍ତାରୋକ କରିଛନ୍ତି । ଲଗାତାର ହୋଇଥିବା ବର୍ଷାରେ ଧାନ ଭିଜିଛି । ତେଣୁ କଲେ ଧାନ ଗଜା ଦେଇ ଦେବ ସେହି ଚିନ୍ତା ମଧ୍ୟ ଚାଷୀଙ୍କୁ ଘାରିଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *