ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ଵର : ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବର୍ତ୍ତମାନର ଏହି ଘଟଣା ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାଵକୁ ଆଗ୍ରହ୍ୟ କରି ଦେଉଥିବାରୁ ଆପତ୍ତି ଉଠାଇଲେ ମୋହନ । ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ହାଇ ଗ୍ରେଡ ଆଇରନ ଓରକୁ ଲୋ ଗ୍ରେଡ ଆଇରନ କରି ନେଇଯାଉଥିବା କହିଲେ ମୋହନ ମାଝୀ । ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଥିବା କହିଲେ ମୋହନ ମାଝୀ ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆଯାଉନି । ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ସାଲୁଜା । ଖଣି ମାଲିକଙ୍କ ଚାପରେ ୩ ବର୍ଷ ହେବ ବିଧାନସଭାରେ ଖଣି ଦୁର୍ନୀତି ଆଲୋଚନା ହେଉ ନାହିଁ । ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଅଭିଯୋଗ କଲେ ସାଲୁଜା ।

ଅନ୍ୟପଟେ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଓ ବିଧାନସଭା ରହିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକର ନ ଚଳାଉଥିବା ଏହି ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ବାଚସ୍ପତି କହିଛନ୍ତି ।

Leave a Reply

Your email address will not be published. Required fields are marked *