ରାତି ଅଧରେ ପିଡିଏସ୍ ଚାଉଳ ଲୁଟ

ଗଜପତି : ରାତି ଅଧରେ ପିଡିଏସ୍ ଚାଉଳ ଲୁଟ । ପଞ୍ଚାୟତରୁ ପିଡ଼ିଏସ କିରୋସିନ ଓ ଚାଉଳ ଚୋରା ବିକ୍ରି ବେଳେ କାବୁ କଲେ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ବ୍ଲକ ମlଣିକପୁର ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବୁଧବାର ରାତିରେ ପଞ୍ଚାୟତର ପିଅନ ଚାଉଳ ଓ କିରୋସିନ ଗାଁର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ । ଏହି ସମୟରେ ଗ୍ରାମବାସୀ ଜବତ କରିବା ସହ ମୋହନା ଯୋଗାଣ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ପଞ୍ଚାୟତର ଲୋକଙ୍କୁ ଠିକ ଭାବେ କିରୋସିନ ଓ ଚାଉଳ ମିଳୁନଥିବା ବେଳେ ଏହାକୁ ବିକ୍ରି କରାଯାଉଥିବା ଯୋଗୁଁ ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ପଞ୍ଚାୟତ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହାକୁ ବିକ୍ରି କରିଥିବା କହିଛନ୍ତି ପିଅନ ।

Leave a Reply

Your email address will not be published. Required fields are marked *