ଆଜିର ରାଶିଫଳ

ମେଷ : ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ କରିପାରନ୍ତି । ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ଦ୍ୱିଗୁଣା ଲାଭ ମିଳିବ । ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ ।

ବୃଷ : ନୂଆ ଜମି କିଣିବାକୁ ଚାହୁଁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ । କୋର୍ଟ କଚେରୀ ମାମଲାଠୁଁ ଦୂରରେ ରୁହନ୍ତୁ । ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ । ପ୍ରେମ ଜୀବନ ଭଲ ରହିବ ।

ମିଥୁନ : ଆପଣଙ୍କ ସ୍ୱଭାବକୁ ଟିକେ କୋମଳ କରନ୍ତୁ । ମନର କଥା ପାଖଲୋକଙ୍କୁ କୁହନ୍ତୁ । ଶିକ୍ଷକଙ୍କ ଲାଗି ଭଲ ଦିନଟିଏ । ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇବେ ।

କର୍କଟ : ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେଇପାରନ୍ତି । ବେପାରରେ ଅଚାନକ ଧନଲାଭର ଯୋଗ ରହିଛି ।

ସିଂହ : ପରିବରର କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ । ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ ।

କନ୍ୟା : ନୂଆ କାମରେ ଆଗ୍ରହ ବଢିବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ହେବ । ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ ।

ତୁଳା : ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ । ଯେକୌଣସି ଆହ୍ୱାନକୁ ସହଜରେ ସାମ୍ନା କରିପାରିବେ । ଆପଣ ପୂର୍ବରୁ କରିଥିବା ତ୍ରୁଟିକୁ ହୃଦୟଙ୍ଗମ କରିବେ ।

ବିଛା : ଯେଉଁ କାମ କରିବାକୁ ଚାହିଁବେ ତାହା ସହଜରେ ସମ୍ପୂର୍ଣ୍ଣ କରିପାରିବେ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ଇଂଜିନିୟର ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ ।

ଧନୁ : ଆପଣଙ୍କ ଲାଗି ଦିନଟି ମହତ୍ତ୍ଵପୂର୍ଣ୍ଣ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ସମୟ କାଟିବା ଲାଗି ବାହାରକୁ ବୁଲିଯାଇପାରନ୍ତି । ନୂଆ ଲୁଗା କିଣିବେ ।

ମକର : ସ୍ଥଗିତ କାମରେ ବନ୍ଧୁ ସାହାର୍ଯ୍ୟ କରିବେ । ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ । ଆପନଙ୍କୁ ପୁରଷ୍କାର ମିଳିବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ୍ୟ ବଢିବ ।

କୁମ୍ଭ : କୌଣସି ପ୍ରସଙ୍ଗରେ ବଡ ନିଷ୍ପତ୍ତି ନେବାକୁ ପଡିପାରେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ସ୍ୱାସ୍ଥ୍ୟ ଓ ଖାଦ୍ୟ, ପାନୀୟ ନେଇ ସଜାଗ ରୁହନ୍ତୁ । ଛାତ୍ରଙ୍କ ଲାଗି ଦିନଟି ଭଲ ।

ମୀନ : ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢିପାରେ । ବାଲ୍ୟବନ୍ଧୁ ସହ ସାକ୍ଷାତର ଯୋଗ ରହିଛି । ବ୍ୟବସାୟରେ ପ୍ରତିଯୋଗୀ ବେପାରୀଙ୍କ ତ୍ରୁଟି ପାଇଁ ଆପଣଙ୍କୁ ଲାଭ ହେବ ।

Leave a Reply

Your email address will not be published. Required fields are marked *