ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଲଘୁ ଖଣିଜ ଲୁଟ୍ । ନଦୀଗର୍ଭ ଲୁଟ୍ ପରେ ଏବେ ନଦୀ ବନ୍ଧ ବି ଲୁଟ୍ । ଜେସିବି ଲଗାଇ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସାମଗ୍ରୀ । ଆଉ ଦେଖାଣାହାରୀ ସାଜିଛି ରାଜସ୍ୱ ବିଭାଗ । ଏଭଳି ସ୍ଥଳେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବିତଣ୍ଡା ଯୁକ୍ତି । ମନ୍ତ୍ରୀ କହୁଛନ୍ତି, ସବୁ କିଛି ଠିକ୍ ଚାଲିଛି । ଗତକାଲି ଲିଜ୍ ଅବଧି ପରେ ବି ଡିଙ୍ଗିରା ଓ ଆରପଟ୍ଟାରୁ ବାଲି ଖନନ ମାମଲାରେ ୧୭ କୋଟିର ଜରିମାନା ନିର୍ଦ୍ଦେଶ ଦେଇଛି ଏନ୍ଜିଟି ।
