ଜଳୁଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ, ବୃଦ୍ଧି ପାଉଛି ଉତ୍ତାପ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ବର୍ତ୍ତମାନ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି । ଶିଳ୍ପବିହୀନ ଜିଲ୍ଲାରେ ଦିନକୁ ଦିନକୁ ଉତ୍ତାପ ବୃଦ୍ଧି ପାଇବା ସହିତ ଆଜି ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ସନ୍ଧ୍ୟାରେ ପ୍ରଧାନ ପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ବନବିଭାଗର କର୍ମଚାରୀମାନେ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଜିଲ୍ଲାରେ ଶିଳ୍ପ କାରଖାନା ନଥିବାବେଳେ ଜାତୀୟ ରାଜପଥ ପ୍ରଶସ୍ତୀ କରଣ ଯୋଗୁଁ ରାଜପଥରେ ପାର୍ଶ୍ୱରେ ଥିବା ଗଛଗୁଡିକ କଟାଯାଇଥିଲା ।

ଏପଟେ ପୁଣି ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହେଉଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି । ଏପରି ନିଆଁ ଲାଗିବା ଦ୍ୱାରା ବୃଷଲତା ନଷ୍ଟ ହେବା ସହିତ ଜଙ୍ଗଲ ସୁରକ୍ଷା ହେଉ ନଥିବାରୁ ସାଧାରଣତଃ ଲୋକମାନଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟ କରୁଛି । ତେବେ ଏପରି ବାରମ୍ବାର ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପାଟ୍ରୋଲଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *