ଆନନ୍ଦପୁର : ପାଣି ସମସ୍ୟା ନେଇ ରାସ୍ତାରୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଝଣଝଣା ଗାଁରେ ରାସ୍ତାରୋକ କରିଛନ୍ତି ଲୋକେ । ଯେଉଁଥିଲାଗି କିଛି ସମୟ ଲାଗି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଥିଲା ।
ଖବର ଅନୁଯାୟୀ, ଗାଁରେ ବ୍ୟବହାର ହେଉଥିବା କୂଅ ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଅନେକ ଦିନ ହେବ ସରକାରଙ୍କ ଦ୍ୱାରା ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କାମ କରୁଛି । ଏଭଳି ପରିସ୍ଥିତିରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ଶହ ଶହ ମହିଳାମାନେ ଗରା-ବାଲଟି ଧରି ଛେନାପଦା-ହଦଗଡ଼ ଢେଙ୍କା ଛକ ନିକଟରେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକର କିଛି ଘଣ୍ଟା ପରେ ସୋସୋ ଥାନା ପୋଲିସ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ରାସ୍ତାରୋକରୁ ହଟିଥିଲେ ଗ୍ରାମବାସୀ ।
