ବଲାଙ୍ଗିର : ବଲାଙ୍ଗିର ଲଲଟିକ୍ରା ବିଦ୍ୟୁତ ଗ୍ରିଡରେ ଅଗ୍ନିକାଣ୍ଡ । ଏହି ଘଟଣାରେ କାହାର କିଛି କ୍ଷତି ଘଟିନଥିବା ଜଣାପଡ଼ିଛି । କେଉଁ କାରଣରୁ ଗ୍ରୀଡରେ ଅଗ୍ନିକାଣ୍ଡ ଘଟିଥିଲା ତାହା ଜଣାପଡିନଥିବା ବେଳେ, ଏହା ଟାଟା ପାୱାରର ବିଦ୍ୟୁତ୍ ପରିଚାଳନା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁସାରେ ବୁଧବାର ଅପରାହ୍ନ ପ୍ରାୟ ୩.୦୦ ଟା ସମୟରେ ଗ୍ରୀଡ଼ରେ ଥିବା ଏକ ଟ୍ରାନ୍ସଫର୍ମରରେ ହଠାତ୍ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଭୟରେ କିଛି ସମୟ ଗ୍ରୀଡରୁ ଦୂରରେ ଅଟକିଯାଇଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।
