ଆଜିର ରାଶିଫଳ

ମେଷ : ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ନୂଆ ଜମି କିଣିବା ଲାଗି ଦିନଟି ଶୁଭ ।

ବୃଷ : ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ । ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ । ସନ୍ତାନଙ୍କ ଖୁସି ଖବରରେ ଗୌରବାନ୍ୱିତ ହେବେ ।

ମିଥୁନ : ଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ । ବନ୍ଧୁଙ୍କର ପ୍ରଶଂସା ପ୍ରତି ସାବଧାନ ରୁହନ୍ତୁ । ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ । ଶିକ୍ଷକଙ୍କ ଲାଗି ଦିନଟି ଭଲ ।

କର୍କଟ : ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ । ଅଫିସରେ ଭଲ ଖବର ମିଳିବ । ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ ।

ସିଂହ : ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ । ଧନଲାଭ ଯୋଗ ରହିଛି । ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳି ପାରେ ।

କନ୍ୟା : କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦୂର ହେବ । ସୁଖଦ ଖବର ଯୋଗୁଁ ମନ ପ୍ରସନ୍ନ ରହିବ । ଅଧୟାପକଙ୍କ ଲାଗି ଧନଲାଭର ନୂଆ ପଥ ଖୋଲିବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ ।

ତୁଳା : ସୁଯୋଗ ଆପଣଙ୍କ ଅପେକ୍ଷାରେ । କାର୍ଯ୍ୟ କ୍ଷେତ୍ରରେ ମନୋଯୋଗରେ କାମ କରିବେ । ପ୍ରିୟଜନ ସହିତ ଭ୍ରମଣ ଯୋଜନା କରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ବିଛା : ବ୍ୟବସାୟରେ ବୃଦ୍ଧି ହେବ । ବେକାରଙ୍କୁ ରୋଜଗାର ମିଳିବ । ରାଜନୀତିରେ ଯୋହାଯୋଗ ଭଲ ରହିବ । ବୌବାହିକ ଜୀବନରେ ମଧୁରତା ଆସିବ ।

ଧନୁ :ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦେକ୍ଷପ ନେବେ । ଆପଣଙ୍କ କାର୍ଯ୍ୟ ଶୌଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ବେପାରୀ ବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ ।

ମକର : ମନରେ ନୂତନ ଆଶା ଉତ୍ପନ୍ନ ହେବ । ଜୀବନସାଥୀଙ୍କର ସଂପୂର୍ଣ୍ଣ ସହେଯାଗ ପାଇବେ । ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନିଷ୍ପତ୍ତି ନେବେ । ଖେଳାଳିଙ୍କ ଲାଗି ଦିନଟି ଭଲ ।

କୁମ୍ଭ : ନୂଆ କାମ ନୂଆ କୌଶଳରେ କରିବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ ।

ମୀନ : ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ । ପ୍ରିୟଜନଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

Leave a Reply

Your email address will not be published. Required fields are marked *