ଭୁବନେଶ୍ୱର : ଇଓଡ଼ବ୍ଲ୍ୟୁ କବଜାରେ ଦୁଇ ଠକ । ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ଗିରଫ କଲା ଇଓଡବଲ୍ୟୁ । କେନ୍ଦୁଝର ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଇଓଡ଼ବ୍ଲ୍ୟୁ ୨ ଠକଙ୍କୁ ଗିରଫ କରିଛି । ଅଭିଯୁକ୍ତ ସୁବାସ ଘିସିଂ ଗିରିକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସୟାଦ ସହବଜା ନାକବିକୁ ଛତିଶଗଡ଼ରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ ।
ବଡ଼ବିଲ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ବେଆଇନ ଭାବେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କାକୁ ଟ୍ରାନ୍ସଫର୍ କରାଯାଇଛି । ଅଫିସ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ହଡପ କରିଛନ୍ତି ଏହି ୨ ଠକ । ଅଭିଯୋଗକାରୀଙ୍କ ନକଲି ଚେକ ଓ ଜାଲ ଦସ୍ତଖତରେ ଏହି ଟଙ୍କା ହାତେଇ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟିଂ ରିମାଣ୍ଡରେ ଆଣି ବଡ଼ବିଲ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଛି ।
