ବାଙ୍କୀ : ହୁତୁହୁତୁ ଖରାରେ ସରକାରୀ ବାବୁଙ୍କ ଅପେକ୍ଷାରେ ୮୦ ବର୍ଷୀୟ ବୃଦ୍ଧ ମାଆମାନେ । ଘଣ୍ଟାରେ ସମୟ ଦିନ ଗୋଟାଏ, ହେଲେ ଖାଦ୍ୟ ଖାଉଟି ଯୋଗାଣ ଅଫିସରେ କର୍ମଚାରୀଙ୍କ ନାହିଁ ଦେଖା । ବାଙ୍କୀ ଡ଼ମପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ ।
କିଛି ବୃଦ୍ଧା ମା ବ୍ଲକ ଖାଦ୍ୟ ଖାଉଟି ଯୋଗାଣ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ଦାବି ଜଣାଇବାକୁ ଆସିଥିଲେ । ଖରାରେ ଅଫିସ ବାରଣ୍ଡାରେ ଅଧିକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବସିଥିଲେ । ହେଲେ ଅଧିକାରୀଙ୍କ ଦେଖାମିଳିନଥିଲା ବୋଲି ଅପେକ୍ଷାରତ ମାଆମାନେ ଅଭିଯୋଗ କରିଛନ୍ତି ।
ଖାଦ୍ୟ ଖାଉଟି ଯୋଗାଣ କାର୍ଯ୍ୟାଳୟ ସମ୍ପୂର୍ଣ ଖୋଲା ପଡ଼ିଥିବାବେଳେ ଅଧିକାରୀଙ୍କ ଚେୟାର, ଟେବୁଲ, ଖାଲି ପଡିଛି । ଏପରିକି ଅଫିସ ଭିତରୁ ସରକାରୀ ଜରୁରୀ କାଗଜ ପତ୍ରଠୁ ଆରମ୍ଭ କରି କମ୍ପ୍ୟୁଟର ଆଦିର ସୁରକ୍ଷା ପାଇଁ କାହାର ବି ଦେଖାନାହିଁ ।
