ଜମ୍ଭୀରା କେନାଲ ବନ୍ଧରେ ୩୦ ଫୁଟ୍‌ର ଘଳିଆ : ମୂଷା, ସାପଗାତକୁ ଦାୟୀ !

ଦେଉଳି : ନିମ୍ନମାନର କାମ ପାଇଁ ମୟୂରଭଞ୍ଜ ଜିଲ୍ଲା ଜମ୍ଭିରା ଡ୍ୟାମ୍, ଦେଉଳିର ବାମପଟ କେନାଲ ବନ୍ଧ ଧୋଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନେଢ଼ୁଆ ପୋଲ ନିକଟସ୍ଥ ଡାହାଣୀମାରି ଠାରେ ମୁଖ୍ୟ କେନାଲରେ ଘଳିଆ ସୃଷ୍ଟି ହୋଇ ପ୍ରାୟ ୩୦ ଫୁଟ୍‌ ଓସାରର ବନ୍ଧ ଧୋଇ ଯାଇଥିଲା । ଫଳରେ ତଳିଆ ଅଞ୍ଚଳରେ ପାଣି ମାଡ଼ିଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ନିମ୍ନମାନର କାମ ପାଇଁ ଅନେକ ଦିନ ହେଲା ଘଳିଆ ହୋଇଥିବା ସ୍ଥାନରେ ବନ୍ଧ ଦୁର୍ବଳ ହୋଇ ଟିକେ ଟିକେ ଧୋଇ ଯାଉଥିଲା । ବାରମ୍ବାର ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି କଲେ ନାହିଁ । ଫଳରେ ଏଭଳି ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ବନ୍ଧ ଧସିବା‌ ସମ୍ପର୍କରେ ଆମେ ବିଭାଗୀୟ ଯନ୍ତ୍ରୀ ପ୍ରକାଶ ଉଦଣ୍ଡ ରାୟଙ୍କୁ ପଚାରିବାରୁ ସେ କହିଲେ, ମୂଷାଗାତ ଓ ସାପଗାତ ପାଇଁ ଉକ୍ତ ସ୍ଥାନରେ ବନ୍ଧ ଦୁର୍ବଳ ହୋଇଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର୍ଯ୍ୟ ଚାଲିଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *