ଶିରୁଳୀ ମହାବୀର ମନ୍ଦିରରେ ବିଭ୍ରାଟ ହେଉଛି ନୀତି

ପୁରୀ : ମହାବୀର ଉପାସନାରେ ଖାଲି ପୁରୀ ଜିଲ୍ଲା କାହିଁକି ସାରା ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛି ଶ୍ରୀ ଶ୍ରୀ ଶିରୁଳୀ ମହାବୀର ମନ୍ଦିର । କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଉ କିଛି ସେବାୟତଙ୍କ ଭିତରେ ଚାଲିଛି କାଦୁଅ ଫିଙ୍ଗା ଫିଙ୍ଗି ।

ନୀତି ବିଭ୍ରାଟ ସହ ସୋସିଆଲ ମିଡିଆରେ ମନ୍ଦିର ବନ୍ଦ ବୋଲି ଘୂରିବୁଲୁଛି ଗୁଜବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ସିଧାସଳଖ ସଂପର୍କ ଥିବା ଏହି ମନ୍ଦିରକୁ ଦର୍ଶନ ଲାଗି ଶ୍ରଦ୍ଧାଳୁମାନେ ଆସୁଛନ୍ତି ହେଲେ ଏହି ଗୁଜବ ଯୋଗୁଁ କେତେକ ଫେରୁଛନ୍ତି ତ କେତେକ ଶ୍ରଦ୍ଧାଳୁମାନେ ରାସ୍ତା ଖରାପ ବୁଲି କି ଯାଆନ୍ତୁ ଗୁଜବରେ ଅଯଥା ହଇରାଣ ହେଉଛନ୍ତି ।

ସ୍ଥାନୀୟ ଆଇ.ଆଇ.ସି ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହବା ସହ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି ହୋଇଛି ।

Leave a Reply

Your email address will not be published. Required fields are marked *