ଆଠଗଡ଼ : ଆଠଗଡ଼ ତହସିଲ ପକ୍ଷରୁ ସାପୁଆନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ଜବତ କରି ୩୦୩୧୫ ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡ଼ିଛି । ତହସିଲଦାର ପ୍ରିୟବ୍ରତ ଦାସ ଓ ତାଙ୍କ ସହକର୍ମୀମାନେ ଆଠଗଡ଼ର ବିଭିନ୍ନ ସ୍ଥାନରୁ ୩ଟି ଟ୍ରାକ୍ଟରକୁ ଜବତ କରିଥିଲେ । ଆଭ୍ୟନ୍ତର କ୍ରୀଡାଙ୍ଗନକୁ ବାଲିଚାଲାଣ କରାଯାଉଛି ବୋଲି ମିଥ୍ୟାକହି ଟ୍ରାକ୍ଟର ୩ଟି ସାପୁଆନଦୀରୁ ବାଲି ଚାଲାଣ କରୁଥିଲେ । ସଂପୃକ୍ତ ୩ ଟ୍ରାକ୍ଟର ମାଲିକଙ୍କ ଠାରୁ ଜୋରିମନା ଆଦାୟ ପରେ ଛାଡି ଦିଆଯାଇଛି ।
