ସୀମା ଟପିଲା ଫାଇନାନ୍ସ କମ୍ପାନୀର ଜୁଲମ, ସହିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଖଲ୍ଲିକୋଟ : ସୀମା ଟପିଲା ଫାଇନାନ୍ସ କମ୍ପାନୀର ଜୁଲମ । ଜୁଲମ ସହିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ହେଲେ ଗଞ୍ଜାମ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁଭାସିନୀ ପଣ୍ଡା । ୫ ଦିନ ହେଲା ନିଖୋଜ ଥିଲେ ସୁଭାସିନୀ । ପୋଡାପଦର ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି  ।

ଘଟଣାରେ ଛତ୍ରପୁର ପୋଲିସର ତଦନ୍ତ ଜାରି ରହିଛି । ଗତ ୧୧ ତାରିଖ ଦିନ ଏକ ଫାଇନାନ୍ସ କମ୍ପାନୀ ନାଁ’ରେ ଥାନାରେ ଏତେଲା ଦେଇଥିଲେ ପରିବାର ଏବଂ ଗ୍ରାମବାସୀ । ଫାଇନାନ୍ସ କମ୍ପାନୀ ଋଣ ଦେବା ପରେ ଋଣ ଶୁଝିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି  ।

Leave a Reply

Your email address will not be published. Required fields are marked *