ମହାନଦୀ ମୁହାଣରେ ଦେଖୁବାକୁ ମିଳିଛି ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ପାରାଦ୍ୱୀପ : ଦୀର୍ଘବର୍ଷ ବ୍ୟବଧାନରେ ପାରାଦ୍ୱୀପରେ ଡଲ୍‌ଫିନ ଦେଖିବାକୁ ମିଳିଛି । ନେହେରୁ ବଙ୍ଗଳାସ୍ଥିତ ମହାନଦୀ ମୁହାଣ ମୁହଁ ନିକଟରେ ତିନିଟି ଡଲ୍‌ଫିନ ଜଳକ୍ରୀଡା କରୁଥିବା ଦେଖାଯାଇଛି । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଘଟ ହେବାରେ ଲାଗିଛି ।

ଏବେ ମାଛଧରା ବନ୍ଦ୍‌ ଥିବାରୁ ମୁହାଣ ମୁହଁରେ ଟ୍ରଲର ଚଳାଚଳ ବନ୍ଦ ରହିଛି । ଏଥିପାଇଁ ମୁହାଣ ମୁହଁର ପରିବେଶ ଶାନ୍ତ ରହିଛି ଓ ସ୍ଥିର ପାଣିରେ ତିନିରୁ ଚାରିଟି ଡଲ୍‌ଫିନ ନିୟମିତ ଖେଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମହାନଦୀ ମୁହାଣ ମୁହଁରେ କିଛି ସମୟ ଅନ୍ତରରେ ଡଲଫିନ୍‍ ଦେଖିବାକୁ ମିଳୁଥିଲେ । ହେଲେ କିଛିବର୍ଷ ହେବ ଡଲଫିନଙ୍କ ଦେଖା ନ ଥିଲା । ତେବେ ଏହି ଖବର ପ୍ରଚାର ହେବା ପରେ ଦୁଇଦିନ ହେଲା ମୁହାଣ ମୁହଁରେ ଭିଡ଼ ଜମୁଛି ।

Leave a Reply

Your email address will not be published. Required fields are marked *