କୋଣାର୍କ : ବଡଦିନ ଲାଗି ବିଶ୍ଵ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମାନେ ବଡ଼ଦିନ ପାଳିବା ଉଦେଶ୍ୟରେ ଏହି ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ବୁଲିବା ଲାଗି ଆସିଛନ୍ତି ବୋଲି କହିଛନ୍ତି । ଏପରି ଭିଡକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପର୍ଯ୍ୟଟକମାନଙ୍କ କହିବା କଥା ହେଲା, ସରକାର କରୋନା କଟକଣାକୁ କଡାକଡି କରିଛନ୍ତି । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ କୋୖଣସି ପଦକ୍ଷେପ ନେଉନାହାଁନ୍ତି, ଏପରିକି ସାମାଜିକ ଦୂରତା, ମାସ୍କ, ସାନିଟାଇଜର ପ୍ରତି ଗୁରୁତ୍ବ ଦେଉନାହାନ୍ତି । ଏବେ ଓମିକ୍ରନ ଭାରିଆଣ୍ଟ ଆସିଥିବା ବେଳେ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପର୍ଯ୍ୟଟକମାନେ କହିଛନ୍ତି ।
