ଜଳେଶ୍ୱର : (ସଂଜୟ ଦାସ ) ଦିନ କେଇଟା ଭିତଟେ ଜଳେଶ୍ୱର ସ୍ଥିତ ଭାରି ସାଙ୍ଘାତିକ । ଭୟଙ୍କର ଦେଖା ଦେଲାଣି ପରିସ୍ଥିତି ପୁଣି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳକୁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ୨୦ ଜୁଲାଇ ସକାଳ ୫ଟାରୁ ୨୭ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ଏହାସହ ୱାର୍ଡ ନମ୍ବର ୬କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଜଳେଶ୍ୱର ମ୍ୟୁନିସିପାଲିଟିରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ଉପରେ ରୋକ ଲଗାଇବା ପାଇଁ ଜୁଲାଇ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯାଇଥିଲା । କିନ୍ତୁ ପରିସ୍ଥିତିରେ ନିୟନ୍ତ୍ରଣ ନ ଆସିବାରୁ ପୁଣି ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ସମୟରେ କ୍ଷୀର ବୁଥ, ମେଡିସିନ ଷ୍ଟୋର ୨୪ ଘଣ୍ଟିଆ ଖୋଲା ରହିବ । ପରିବା ଓ ଗ୍ରୋସରୀ ଦୋକାନ ସକାଳ ୬ଟାରୁ ୧୧ଟା ଯାଏ ଖୋଲିବ । ଅଗ୍ନିଶମ ବାହିନୀ, ପାନୀଳ ଜଳ ଯୋଗାଣ, ବିଦ୍ୟୁତ ବିଭାଗ, ପରିମଳ ବ୍ୟବସ୍ଥା ଓ କୋଭିଡ ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲା ପୋଲିସ ଦ୍ୱାରା ନିର୍ଦ୍ଧାରିତ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ କାର୍ଯ୍ୟ କରିବ । ଏହା ବାଦ ଅନ୍ୟ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ରହିବ ।
ସେହିପରି ୱାର୍ଡ ନଂ ୬କୁ #କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁରକ୍ଷା ନର୍ସିଂ ହୋମ ମେନ ରୋଡ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରୋଡ, ଫ୍ରେଣ୍ଡସ ଡ୍ରଗ ହାଉସ ରୋଡ, ଡିସପେନସେରୀ ରୋଡ, ବାସନ୍ତୀ ପଡ଼ିଆ ରୋଡ, ମଙ୍ଗଳା ତାଲା ରୋଡ, ସାନ୍ତିଆ ରୋଡ ରାସ୍ତାକୁ ବନ୍ଦ କରାଯିବ । ସମସ୍ତେ ଘର ଭିତରେ ରହିବେ । କୌଣସି ପ୍ରକାର ଯାନବାହାନ ଚଳାଚଳ ହୋଇପାରିବ ନାହିଁ । ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଲୋକଙ୍କ ସୁବିଧା ପାଇଁ ନୋଡାଲ ଅଫିସର ନିଯୁକ୍ତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି
ପୌରାଞ୍ଚଳ ପୁଣି ସଟଡାଉନ
