ଯାତ୍ରାପାର୍ଟିର ଲଙ୍ଗଳା ନାଚ କରଉଥିବା ବାବା କେବେ ହେଲେ ସମାଜ ଶେବୀ ? ବିଜେପିର ବ୍ରାଣ୍ଡ ଆମ୍ବାସଡର ହେବେକି ବଳିଆ ?

ସୋର : ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ , ଏକଥା ସାଧାରଣ ଲୋକଙ୍କର ନିହାତି ଭାବେ ହଜମ ହେଉନଥିବ I ଜଣେ ବାବା ଗୋଟେ ଅତ୍ୟାଧୁନିକ ଚେୟାରରେ ବସି ଗପିବା , ଯାତ୍ରାପାର୍ଟୀକରି ରାଣୀପଣ୍ଡାଙ୍କୁ ଅଧା ଫୁଙ୍ଗୁଳା ଲୁଗାପିନ୍ଧେଇକି ନଚେଇବା I ଅବଶ୍ୟ ଏବେ ସେ ଯାତ୍ରାପାର୍ଟି ବିକ୍ରିହୋଇସାରିଛି ବୋଧେ I ଗାଁ ଗାଁ ଛକ ଛକରେ ଗଣ୍ଡା ଗଣ୍ଡା ସମାଜ ସେବୀ , ବିଶେଷ କରି କରୋନା ସମୟରେ ସମାଜ ସେବି ଜେମିତି ଉତୁକୁଳିଲେ ତାକୁ ଜିଏ ଦେଖିଛି ସେ ଯାଣିଛି I ବହୁ ପାନ ଦୋକାନ ତେଜରାତି ଦୋକାନରେ ୫ ଟଙ୍କିଆ ବିସ୍କୁଟ ୨୦ଟଙ୍କିଆ ଚୁଡା ମିଳିଲାନି କିଲିକିଆ ପଲଥିନିର ଗୋଟେ ଲେଖାଏ ପେକେଟ ବିସ୍କୁଟ ପୁରେଇକି ଯାହା ହେଲେ , ଦଳେ ମାଇପେ ଘଇତାଙ୍କୁ ଉଠାବସା କଲେ ସମାଜସେବି ହେବାକୁ , ଯାହାବି ହେଉ ସେ ଦେଉଥିଲେ I କିନ୍ତୁ ବାବା ବଳିଆ ସେ ଚାଉଳ କି ଛିଡା ଗାମୁଛାଗୋଟେ କାହାକୁ ଦାନ ଦେବା କେହି ଦେଖିନାହାନ୍ତି , ଯାହା କରିଛନ୍ତି ନିଜ ପାଇଁ କଣ ଗୋଟେ ଆଶ୍ରମ କରିଛନ୍ତି ବୋଲି ଖାଲି ନିଜେ କୁହନ୍ତି ସେଠି କଣ ହୁଏ ତାଙ୍କୁ ଟଙ୍କା କିଏ ଦିଏ ସେକଥା ମା ଗଙ୍ଗେକୁ ଜଣା , ବାବା ବୋଲି କହି ଜଦି ସାରଥି , ସୂର ବନ୍ଧା ହେଲେ I ମିଡିଆ ଟ୍ରାଏଲ କରାଇ ତାଙ୍କୁ ଅପରାଧି ସଜେଇ ଦିଆଗଲା ଇଏ ବାବା ବଳିଆ ସେମିତି ଜଣେ ବାବ ହୋଇ ଖାଲି ଏଣୁ ତେଣୁ କହି କହି କଉଦିନ ସମାଜସେବି ହୋଇଗଲେ ? ଆଉ ନରେନ୍ଦ୍ର ମୋଦି ତାଙ୍କ ବିଜେପି ଚସମାରେ ଦେଖିଦେଲେ ବାବାଙ୍କ ସମାଜ ସେବା ଆଉ ଘୋଷଣା କରିଦେଲେ ପଦ୍ମଶ୍ରୀ ଉପାଧୀ I ସେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଚକ୍ରାନ୍ତରେ କୁଆଡେ ସାରଥି ବାବା ଉପାଧି ପାଇଥିଲେ , ଆଉ ତାଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ପ୍ରାର୍ଥନା ଠିବି ପ୍ରଚାର କରୁଥିଲା ଇଏ ଆଉ ବୈଜୟନ୍ତଙ୍କ ଚକ୍ରାନ୍ତ ନୁହନ୍ତ ? ପୁଣି ସାରଥିଙ୍କ ଅବସ୍ତା ବଳିଆଙ୍କର ହେବନିତ ? ବାଃ ବାଃ ରେ ଦୁନିଆ ଏ ହେଉଛି ସେଇ ଦୁନିଆ ଜେଉଁଠି ୩ତୁଣ୍ଡରେ ଛେଳି କୁକୁର ହୁଏ , ଆଉ ଯାଦୁଆ ଯାଦୁ ମଲମ ବିକେ ମଦୁଆ ମଦ ନିବାରଣ ବାନା ଧରିକି ବୁଲେ I ବଳିଆ ବାବୁ କୈଣସି ବାବା ନୁହନ୍ତି ବୋଧେ କି ସେ କୈଣସି ସେବା ଫେବା କରନ୍ତିନି କେବଳ ସେ ବିଜେପିର ଆଗାମି ଦିନରେ ଭଲ ସେବା କରିବେ ଯାହାର ପୂର୍ବ ଉପାଧି ଏଇ ପଦ୍ମଶ୍ରୀ ବୋଲି ବିରୋଧୀ ଆଲୋଚନା କରୁଛନ୍ତି I କିନ୍ତୁ ସବୁଠାରୁ ବଡ କଥା ହଉ ଜଦି କାଁ ଭାଁ ସେ ସମାଜ ସେବା କରନ୍ତୁ ନକରନ୍ତୁ ଲାଗିପାତିକି ପଦ୍ମଶ୍ରୀ ପାଇଲେ I ବିଜେପି କାହିଁକି ପ୍ରଚାର ଆରମ୍ଭ କରିଦେଲା ? ୟାକୁ କୁହାଯାଏ ମାର୍କେଟିଂ ଜିଏ ଜେତେ ଭଲ କରିବ ସେ ସେତେ ବେପାର କରିବ ବାସ I ତେବେ ଏଠି ଗୋଟେକଥା କୁହାଯାଇ ପାରେ ଜଦି ବାବାବଳିଆ ଭଲମଣିଷ ବା ସତସତିକା ସମାଜସେବି ହୋଇଥିବେ ସେ ବୁଝିବା ଦରକାର ଏ ହେଉଛି ଚକ୍ରାନ୍ତ ତାଙ୍କୁ ବିଜେପି ଦଳ ପାଖରେ ସମର୍ପି ଦେବାକୁ I

Leave a Reply

Your email address will not be published. Required fields are marked *