ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କାମାକ୍ଷାନଗର, ୧୧।୦୯ :  ପୋଲ ତଳୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତଦେହର  ଗୋଡ ହାତ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଶନିବାର ସକାଳେ ପର୍ଜଙ୍ଗ ଥାନା  ଦେଇ ଯାଇଥିବା  ୧୪୯ ନମ୍ବର ଜାତୀୟ ରାଜପଥ କଡରୁ ଜଣେ ମହିଳାଙ୍କ ମୃତଦେହ ପଡିଥିଲା । ଭେଜିଆ ଗାଁ ନିକଟରେ ଥିବା ଏକ ପୋଲ ତଳେ ହତ୍ୟା କରି  କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହର ହାତଗୋଡ ବନ୍ଧା ଯାଇଥିବା ବେଳେ ଏହା ଅର୍ଧନଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ତେବେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଁଚି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *