ବାଲେଶ୍ବର : ମିଛ ଯେତେ ଚାଲାକିର ସହ କରାଯାଇଥାଉ କିନ୍ତୁ ଲୋକ ତାକୁ ବୁଝିନେବେ ଏଥିରେ ସନ୍ଦେହ ନାହିଁ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମିଛ କହିବା, ଅଭିନୟ କରିବା, ଏବଂ ଭୁଲ କରି ଲୁଚେଇବାରେ ଯେ ମାଷ୍ଟର ଏଥିରେ ସନ୍ଦେହ ନାହିଁ ଯାହାର ଉଦାହରଣ ଭାରତର ଲୋକ ମାନେ ବହୁବାର ଦେଖିସାରିଛନ୍ତି। ତେବେ ଗତ କିଛିଦିନ ପୂର୍ବରୁ ମନ୍ତ୍ରୀ ଷଢଙ୍ଗୀ ମହୋଦୟ ଯେଉଁଭଳି ଭାବରେ ସୋସାଇଟ ମାନଙ୍କୁ ଯାଇ ଅଭିନୟ କଲେ ଏବଂ ଓଡିଶାର କିଛି ଚଟା ଗଣ ମାଧ୍ୟମ ସଂସ୍ଥା ସେସବୁକୁ ଜେମିତି ପ୍ରଚାର କଲେ ସତେ ଚାଷିଙ୍କ ପାଇଁ ମନ୍ତ୍ରୀଙ୍କ ଛାତି ଫାଟି ଯାଉଛି। ସେଇ ମନ୍ତ୍ରୀ ମହୋଦୟଙ୍କର ଯଦି ଏତେ ଶତସାହସ ଅଛି ଧାନର ସର୍ବାଧୀକ ମୂଲ୍ୟ ବୃଦ୍ଧି କରିଲେନି , ଦିଲ୍ଲୀରେ ଧାରଣାରେ ବସିଥିବା ଚାଷି ମାନଙ୍କ ପାଇଁ ପଦେ କହିଲେନି। ଗତକାଲି ଠିକ୍ ସେମିତି ଆଉ ଏକ ଅଭିନୟ ମନ୍ତ୍ରୀ ମହୋଦୟ କଲେ ଯାହା ସାରା ବାଲେଶ୍ବର ବାସୀ ଦେଖିଲେ। କରୋନା କଟକଣା ପରେ ପୁଣି ଥରେ ଜଳେଶ୍ୱର-ହାୱଡା ମେମୁ ଲୋକାଲ ଟ୍ରେନ ଚାଲିଲା , ଯାହା ପୂର୍ବରୁ ଚାଲିଥିଲା ତେବେ ଖାଲି ସେଇ ଟ୍ରେନ ନୁହଁ ଏମିତି ବହୁଟ୍ରେନ କୋଭିଡ୍ ସମୟରେ ବନ୍ଦ ହୋଇଥିଲା ଏବେ ଚାଲିଲା କିନ୍ତୁ ନିର୍ଦିଷ୍ଟ ଏଇ ଟ୍ରେନ ଟିକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ କାହିଁକି ? ଏହାକୁ ଅଭିନୟ ଏବଂ ଯେଉଁ ସରକାରୀ ବାବୁ ମାନେ ଶୁଭାରମ୍ଭ କରାଇବାକୁ ସୁଜୋଗ ଦେଲେ ବା ରାଜନିତି କରାଇଲେ ସେମାନଙ୍କର ଏହାକଣ ତୋଶାମଦି ନୁହଁକି ! ଯାହା ସାଧାରଣ ଲୋକ ବିଚାର କରିବେ ନେତା ଦେଖେଇବା ଠାରୁ ଦୁରରେ ରହି ଲୋକଙ୍କ ପାଇଁ କାମ କରିବା ଦରକାର। ନେତା ଅଭିନେତା ହେଲେ ଲୋକ କେବଳ ନିର୍ଯାତିତ ହେବେ ଯାହାର ଜ୍ବଳନ୍ତ ଉଦାହରଣ ବାଲେଶ୍ବରକୁ ହିଁ ନିଆଯାଇ ପାରେ।
