ସକାଳ ୫ଟାରୁ ରାତି ୧୦ ଯାଏଁ ଦୋକାନ ଖୋଲା

ଭୁବନେଶ୍ଵର ୩୧।୦୮: ଆସିଲା ସେପ୍ଟେମ୍ବର ମାସର କରୋନା ଗାଇଡ୍‌ଲାଇନ୍‌। ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରତିଶତରୁ କମ ରହିଛି। ତେଣୁ ଜୀବନ  ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ରେ କୋହଳ କରିଛନ୍ତି। ନୂତନ ଗାଇଡ୍‌ଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥର ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ପୂର୍ବବତ୍ତ ରାତ୍ରକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ। ଏଥିସହ ରାଜ୍ୟର ତିନି ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀରୁ ସଟଡାଉନ୍‌ ପ୍ରତ୍ୟାହାର କରାଯାଇଛି। ଆଉ ସବୁଠୁ ବଡ କଥା ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଏବେ ୨୫୦ ଜଣ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରିବ। ପୂର୍ବେ ଏହି ସଂଖ୍ୟା ୫୦ରେ ସୀମିତ  ଥିଲା। ସେହି ପରି ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିଛି। ଶୋଭାଯାତ୍ରାରେ ୫୦ ଜଣ ସାମିଲ ହୋଇ ପାରିବେ। ପୂର୍ଣ୍ଣ କ୍ଷମତା ସହ ମଧ୍ୟ ସିନେମା ହଲ୍ ଚାଲିବ। ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସ ଗାଇଡ୍‌ଲାଇନ୍‌ର ମୁଖ୍ୟାଂଶ।

– ୩ ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

– ଏବେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ।

– ମଲ୍‌, ମାର୍କେଟ୍ , ବଜାର ରାତି ୧୦ ଯାଏଁ ଖୋଲିବ

– ବାହାଘର ଓ ବ୍ରତଘରରେ ୨୫୦ ଜଣ ସାମିଲ୍ ହୋଇ ପାରିବେ।

– ବିବାହ ଶୋଭାଯାତ୍ରାକୁ ଅନୁମତି। ସାମିଲ ହୋଇ ପାରିବେ ୫୦ ଜଣ।

– ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦ ଲୋକ।

– ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମାହଲ୍ ଓ ଥିଏଟର।

– ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ।

– ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ।

– ମେଳା ପ୍ରଦର୍ଶନୀ ବାଣିଜ୍ୟିକ ମେଳାକୁ ମଧ୍ୟ ଅନୁମତି ମିଳିନାହିଁ।

– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ।

– ପୂଜା ପାର୍ବଣରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍

– ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ।

– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର।

– ଅକ୍ଟୋବର ପହିଲା ଯାଏଁ ଏହି ଗାଇଡ୍‌ଲାଇନ୍ ବଳବତ୍ତର ରହିବ।

– ସମସ୍ତ ମ୍ୟୁଜୟମ ଓ ପାଠାଗାର କୋଭିଡ୍ ନିୟମ ମାନି ଖୋଲିବ।

– ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡ୍‌ଲାଇନ୍ ମାନି ମିଟିଂ ହୋଇ ପାରିବ।

Leave a Reply

Your email address will not be published. Required fields are marked *