ଭଦ୍ରକ : ଭଦ୍ରକ ଜିଲ୍ଲା ସାବରଙ୍ଗ ଓ ତିହିଡି ଥାନା ଅଧିନରରେ ଚାଲିଛି ଚୋରା କୋଇଲା ମାଫିଆଙ୍କ ରାଜ । ଇଚ୍ଛାପୁର ଠାରୁ ଆରମ୍ଭ କରି ସେରପୁର, ନୁଆନନ୍ଦ, ହାଟୁଆରି, ପାଳିଆ, ଝିରିଝାରପୁରେ ଚାଲିଛି ଖୁଲମ୍ ଖୁଲା ଚଳନ୍ତା ଟ୍ରେନ ରୁ ଚୋରି । ଯାହାକି ସମସ୍ତଙ୍କୁ ଚକିତ କରିଛି, କୋଟି କୋଟି ଟଙ୍କାର ଚୋରା କୋଇଲା ଚାଲାଣ କରି ଆତଙ୍କ ରାଜ କରୁଛନ୍ତି ମାଫିଆ । କୋଇଲା ମାଫିଆମାନେ ଦିନ ଦ୍ୱିପ୍ରହରରେ ଦୃତ ଗତିରେ ଚାଲାଣ କରୁଛନ୍ତି କୋଇଲା । ରାତି ୧୦ଟା ଠାରୁ ଆରମ୍ଭ କରି ଭୋରୁ ୫ଟା ପର୍ଯ୍ୟନ୍ତ ସହସହ ପିକଅପ ଭେନରେ ଚୋରା କୋଇଲା ଚଲାଣ ହେଉଛି ।

ଗତକାଲି ସନ୍ଧ୍ୟାରେ ସମୟରେ ସାବରଙ୍ଗ ପୁରୁଣା ଫାଣ୍ଡି ଛକରେ ଦୃତ ଗତିରେ ଯାଉଥିଲା ଏକ ଚୋରା କୋଇଲା ଗଡ଼ି ସେହି ସମୟରେ ଟିଉସନରୁ ଫେରୁଥିବା ପିଲାଙ୍କ ଉପରେ ମାଡ଼ି ଯାଇଥାଆନ୍ତା, ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଦୁଇ ଜଣ ପିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସାବରଙ୍ଗ ଥାନା ଠାରୁ ମାତ୍ର ୫୦ ମିଟର ଦୂରତାରେ ଥିବା ମୁଖ୍ୟ ରାସ୍ତାରେ ବେଧଡକ ଭାବରେ ମାଫିଆମାନେ କୋଇଲା ଚୋରା ଚାଲାଣ କରୁଛନ୍ତି, ଯାହାକି ପୋଲିସର ନୀରବତା ଉପରେ ପ୍ରଶ୍ନ ଉଠୁଛି । ବାରମ୍ବାର ଅଭିଯୋଗ ପରେ କୋଇଲା ଚାଲାଣ ବନ୍ଦ ନହେବାରୁ ଆଜି ଭଦ୍ରକ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓଡିଶା ଉଚ୍ଚନ୍ୟାଳୟର ଆଇନଜୀବୀ କିଶୋର କୁମାର ନାୟକ । ପରେ ଖୁବଶୀଘ୍ର ଚୋରା କୋଇଲା ଚାଲାଣ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଲେ ଏସ.ପି । ଆଗାମୀ ଦିନରେ ଯଦି କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଜନଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି ଆଇନୀଜୀବୀ ।
