ଭୁଲ୍‌ ଔଷଧ ଖାଇ ଶିଶୁ ଗୁରୁତର

ବାଲେଶ୍ବର : ଡାକ୍ତର ଲେଖିଥିଲେ ୦.୫ ଏମ୍‌ଜି (ମିଲିଗ୍ରାମ୍‌)ର ମେଡିସିନ୍ । ହେଲେ ଔଷଧ ଦୋକାନୀ ଦେଲେ ୫ ଏମ୍‌ଜିର ଔଷଧ । ଭୁଲ୍‌ ଔଷଧ ଖାଇ ଜଣେ ଶିଶୁ ଗୁରୁତର ହୋଇପଡ଼ିବାରୁ ତାକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଆଜି ବାଲେଶ୍ବର ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଔଷଧ ଦୋକାନୀଙ୍କୁ ଡାକ୍ତରଖାନା ଫାଣ୍ଡିରେ ଅଟକ ରଖି ପୁଲିସ ପଚରାଉଚରା କରିଥିଲା ନେଇଥିଲେ ।

ତେବେ ଡାକ୍ତର ଲେଖିଥିବା ୦.୫ ଏମ୍‌ଜି ଔଷଧ ବଦଳରେ ୫.୦ ଏମ୍‌ଜିର ଔଷଧ ଦେଇଥିଲେ ସଂପୃକ୍ତ ଦୋକାନୀ । ଏହି ଔଷଧ ଖାଇବା ପରେ ଜୟସଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ଚିଠା ଅନୁଧାନ ପରେ ଜୟସଙ୍କୁ ଭୁଲ୍‌ ଔଷଧ ଦିଆଯାଇଥିବା ଜଣାପଡ଼ିଥିଲା । ପଚରାଉଚୁରା ସମୟରେ ଔଷଧ ଦୋକାନୀ ନିଜ ଭୁଲ ମଧ୍ୟ ସ୍ୱୀକାର କରିଥିଲେ । ଜୟସଙ୍କର ସମସ୍ତ  ଖର୍ଚ୍ଚ ସେ ବହନ କରିବେ ବୋଲି ଫାଣ୍ଡିରେ ଲିଖିତ ପ୍ରତିଶ୍ରୁତି ଦେବା ପରେ କଥା ଆଉ ଆଗକୁ ବଢ଼ିନଥିଲା ।

Leave a Reply

Your email address will not be published. Required fields are marked *