ଫୁଲବାଣୀ ପୌର ପରିଷଦରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ, ବାଲିଗୁଡାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି

କନ୍ଦାମାଳ : ଫୁଲବାଣି ପୌର ପରିଷଦରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ମିତାରାଣୀ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ, ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏସି ରେ ବିଜେଡି ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି ।

ଫୁଲବାଣୀରେ ବିଜେପି ପ୍ରାର୍ଥୀନୀ ସ୍ମିତାରଣୀ ମହାନ୍ତି ବିଜେଡି ପ୍ରାର୍ଥୀନୀ ପୁନମ କହଁରଙ୍କୁ ୭୭୯ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

ବିଜେପି ପ୍ରାର୍ଥୀନୀ ସ୍ମିତାରଣୀ ୬ ହଜାର ୧୭୫ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେଡ଼ି ପ୍ରାର୍ଥୀନୀ ୫ ହଜାର ୩୯୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀନୀ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି କାଉନସିଲର ଭାବେ ବିଜେଡି ପ୍ରାର୍ଥୀ ୧,୨,୪,୭,୮,୯ ଓ ୧୩ ୱାର୍ଡରେ ବିଜୟୀ ହୋଇଛନ୍ତି । ବିଜେପି ୫,୬,୧୧ ଓ ୧୨ ୱାର୍ଡରେ ବିଜୟୀ ହୋଇଛନ୍ତି । ତେବେ ୩,୧୦ ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ଖାତା ଖୋଲି ପାରିଲାନି ଏଠାରେ ।

ସେହିପରି ବାଲିଗୁଡା ଏନଏସି ରେ ବିଜେଡ଼ି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୩ ହଜାର ୫ ଶହ ୩୪ ଭୋଟରେ ବିଜୟୀ ହୋଇଥିବା ବେଳେ, ଜି. ଉଦୟ ଗିରି ଏନଏସି ରେ ବିଜେଡି ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର ସ୍ୱାଧୀନ ପ୍ରାର୍ଥୀ ମିତାରାଣୀ ପାତ୍ରଙ୍କ ଠାରୁ ୩୨୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ବିଜୟୀ ହେବା ପରେ ଅଧ୍ୟକ୍ଷା ପ୍ରାର୍ଥୀ ସ୍ମିତା ଖୁସି ବ୍ୟକ୍ତ କରିବା ସହ ଭୋଟରମାନେ ତାଙ୍କୁ ବିଜୟୀ କରିଥିବାରୁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *