ବଣାଇରେ ବଢୁଛି ଚୋରଙ୍କ ପ୍ରାଦୁର୍ଭାବ, ଘରେ କେହି ନଥିବାର ସୁଯୋଗରେ ଘରେ ପଶି ଲୁଟ୍

ଵଣାଇ : ଵଣାଇ ସହର ନିକଟସ୍ଥ କନ୍ତଯୋଡି ସାହିରେ ତିନୋଟି ଘରୁ କଳାକନା ବୁଲାଇଲେ ଚୋର । ଘଟଣାରୁ ପ୍ରକାଶ ଵଣାଇ ସହର ନିକଟସ୍ଥ କନ୍ତଯୋଡି ସାହିରେ ଶତ୍ରୁଘନ ପାତ୍ରଙ୍କ ବାସଗୃହରେ ଭଦ୍ର କିସାନ, ଲକ୍ଷ୍ମଣ ମାହାନ୍ତ ଓ ଅନ୍ୟ ଜଣେ ସ୍କୁଲ ଶିକ୍ଷକ ଭଡ଼ାରେ ରହୁଥିଲେ । ଗତ ଦୁଇଦିନ ତଳେ ଏହି ତିନୋଟି ପରିବାର ଘରେ ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଚୋର ଦଳ ଘରୁ ଟଙ୍କା ପଇସା ସହିତ ସମସ୍ତ ପ୍ରକାର ମୁଲ୍ୟବାନ ସାମଗ୍ରୀ ନେଇ ଚମ୍ପଟ ମାରିଥିବା ଜଣାପଡିଛି । ଦୁଇଦିନ ପରେ ଘରକୁ ଫେରିବା ବେଳେ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖି ଏ ବିଷୟରେ ବଣାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଗତକାଲି ଵଣାଇ ଥାନା ଅଧିକାରୀ ରଞ୍ଜନ କୁମାର ନାଏକ, ସଵ୍ ଇନିସପେକ୍ଟର ହୃଷିକେଶ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *