ଜବାହାର ନବଦ୍ୱୟରେ ଜିଲ୍ଲାରେ ପ୍ରଥମ ସ୍ଥାନରେ ବାଜି ମାରିଲେ କୁମାର ସତ୍ୟଜିତ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମପଞ୍ଚାୟତ ୭ ନମ୍ବର ୱାର୍ଡରେ ନବଦ୍ୱୟ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକଙ୍କ ଏବଂ ଶ୍ରୀମତୀ ନିକୁଞ୍ଜ ବିଳାସିନି ନାୟକଙ୍କ ପୁଅ କୁମାର ସତ୍ୟଜିତ ନାୟକ । ଉକ୍ତ ପରୀକ୍ଷାରେ ମୋଟ ୪୩୫୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ସତ୍ୟଜିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସତ୍ୟଜିତ ପାଟଣା ପଦ୍ମପୁର ପ୍ରାଇମେରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ । ପରୀକ୍ଷା ଫଳ ପ୍ରକାଶିତ ପରେ ସତ୍ୟଜିତଙ୍କ ପରିବାର ଏବଂ ନିଜ ପଞ୍ଚାୟତରେ ଖୁସିରେ ସୁଅ ଛୁଟିଛି । ଆଗାମୀ ଦିନରେ ସତ୍ୟଜିତ ନିଜ ମାଟିର ନାଁ ରଖିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *