କଟକ : ଆତ୍ମହତ୍ୟାର ହବ୍ ପାଲଟିଛି ମୁଣ୍ଡଳୀ ବ୍ୟାରେଜ । ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ଏକ ସ୍କୁଟି ସହ ହେଲମେଟ ଓ ଚପଲ ଥିବାରୁ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ତଦନ୍ତ କରୁଛି ବାରଙ୍ଗ ପୋଲିସ । ଆଠଗଡରୁ ଅଗ୍ନିଶମ ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି । ଅନ୍ୟପଟେ ବ୍ୟକ୍ତି ଜଣକ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ବୋଲି ବାରଙ୍ଗ ଥାନା ଗୋଡ଼ି ସାହି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ସେ ଘରେ ଝଗଡା କରି ଆସି ମହାନଦୀକୁ ଡେଇଥିବା କୁହାଯାଉଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ଗତ ଅଗଷ୍ଟ ୨୭ ତାରିଖରେ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁଥି ଜେଣେ ଯୁବକ । ଯୁବକ ଜଣଙ୍କ ଭୁବନେଶ୍ୱରର ବିଶ୍ଵ ଦେବ ଦାସ । ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନଥିବାବେଳେ ଏବେ ଆଉ ଜଣେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।
