ବେଗୁନିଆ : ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ଜଦୁନଗର ଆଦିବାସି ସାହିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଉକ୍ତ ସାହିରେ ୨ ଟି ନଳକୂପ ଥିବାବେଳେ ଗୋଟିଏ ଅଚଳ ହୋଇ ପଡି ରହିଛି । ସେଥିରୁ ବ।ହ।ରୁଥିବା ପାଣି ପିଇବା ପାଇଁ ଯୋଗ୍ୟ ନୁହେଁ । ଦ୍ୱିତୀୟ ନାଳକୂପଟି ଏବେ ଦୁଇଦିନ ହେଲା ଖରାପ ହୋଇଯାଇଛି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଜଣା ଯାଇଥିଲେ ମଧ୍ୟ ନଳକୂପ ଦୁଇଟି ମରାମତି ହୋଇ ପାରି ନାହିଁ । ମରାମତି ହେବା ପର୍ଯ୍ୟନ୍ତ ଟ୍ୟାଙ୍କରରେ ଉକ୍ତ ସାହିକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
