କୋରାପୁଟ ଲକ୍ଷ୍ମୀପୁରରେ ରେଳରୋକ

ଜୟପୁର : କୋରାପୁଟ ଲକ୍ଷ୍ମୀପୁରରେ ରେଳରୋକ । ଯାତ୍ରୀବାହୀ ଟ୍ରେନ୍‌ ରହଣୀ ଦାବିରେ ରେଳରୋକ ସହ ରାସ୍ତାରୋକ କରାଯାଇଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ତରଫରୁ ଏହି ଆନ୍ଦୋଳନ କରାଯାଉଛି । ଖବର ଅନୁଯାୟୀ, ଗତ ୨ ବର୍ଷ ହେଲା କରୋନା ସଂକ୍ରମଣ ପାଇଁ ଲକ୍ଷ୍ମୀପୁର ଠାରେ ଆଉ କୌଣସି ଯାତ୍ରୀବାହୀ ଟ୍ରେନ୍‌ ରହୁନାହିଁ । ଯାହାଫଳରେ ସାଧାରଣ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ଏନେଇ ବାରମ୍ବାର ରେଳ ବିଭାଗ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଫଳ ଶୂନ । ଏପିରିକି ଗତ ଡିସେମ୍ବର ମାସରେ ଦିନିକିଆ ରେଳ ରୋକ କରାଯାଇଥିଲା । ପ୍ରଶାସନ ପ୍ରତିଶୃତି, ହେଲେ କାର୍ଯ୍ୟକାରୀ ହେଲାନି । ଶେଷରେ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦର ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାସହ ରେଳ ଓ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜାତୀୟ ରାଜପଥ ୩୨୬ କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *