ବଣାଇ : ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ନିଅଣ୍ଟିଆ ବର୍ଷା ଯୋଗୁ ଵଣାଇ ଉପଖଣ୍ଡର ସମସ୍ତ ବ୍ଲକରେ ମରୁଡି ଭଳି ସମସ୍ୟା ସୃଷ୍ଟି ହେଲାଣି l ଗତ ମାସକ ମଧ୍ୟରେ ଵଣାଇରେ ସେମିତି କୌଣସି ବଡ଼ ଧରଣର ବର୍ଷା ହେଇନଥିବା ବେଳେ ଚଳିତ ସପ୍ତାହରେ ହଠାତ ପାଗ ସମ୍ପୂର୍ଣ୍ଣ ଶୁଖିଲା ହେବା ସହିତ ଉତ୍ତାପ ବୃଦ୍ଧି ପାଇଛି l ଯାହା ଫଳରେ ଚାଷ ଜମି ଫାଟି ଆଁ କରିଥିବା ବେଳେ ବିହନ ତଳି ମରିବାକୁ ବସିଲାଣି ଯାହାକୁ ନେଇ ଚିନ୍ତାରେ ବଣାଇ ଉପଖଣ୍ଡର ଚାଷୀ l ଜିଲ୍ଲାରେ ଅନେକ ବାହାପିଆ କାଢ଼ୁଆ ନେତା ବିକାଶର ବାହାସ୍ପଟ ମାରୁଥିବା ବେଳେ ବଣାଇରେ ଚାଷୀ ରୁକୁଡା ଜଳସେଚନର ସୁବିଧା ପାଇ ନ ପାରିବା ନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି l କିନ୍ତୁ ଏଭଳି ଏକ ବିପର୍ଯୟ ସମୟରେ ଏହି ବାହାପିଆ ନେତାମାନେ କେବଳ ଖଣି ଶ୍ରମିକ, ପରିବହନ ଠିକାଦାରି, ଆଉ ଖଣି ମାଲିକଙ୍କ ପାଖରେ ନିଜର ପାରିବା ପଣିଆ ଜାହୀର କରିବା ଛଡା ସାଧାରଣ ଲୋକଙ୍କ ପାଇଁ ସେବା କରିବାର ସେମାନଙ୍କ ମାନସିକତା କେତେ ତାହା କେବଳ ତାଙ୍କୁ ହିଁ ଜଣା । ବିଭିନ୍ନ ଖଣି, ଶିଳ୍ପାନୁଷ୍ଠାନରେ ଜନଶୁଣାଣୀ ବେଳେ ବିରୋଧୀ ଓ ଶାସକ ଏକତ୍ରିତ ହୋଇ ଚୁପ୍ ରହିବା ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳେ l ଧନ୍ୟ କହିବ ଆମ ଵଣାଇର ରାଜନେତାଙ୍କୁ ସେବା ନା ରେ ରାଜନୀତି କରି ଲୋକଙ୍କ ବିପଦ ସମୟରେ ସାହା ନହେବା ଦୁର୍ଭାଗ୍ୟଜନକ ।
ଵଣାଇରୁ ରାଜାମୁଣ୍ଡା ଚାରିଥାକିଆ ରାସ୍ତା ପାଇଁ ଅନେକ ଜଙ୍ଗଲ ନଷ୍ଟ ହୋଇଗଲା, କପଣ୍ଡ ଗାଁରେ କାଇ ଇଣ୍ଡଷ୍ଟ୍ରି ପାଇଁ ହଜାର ହଜାର ଗଛ କଟାଗଲା, ଭୁତୁଡା ପଞ୍ଚାୟତରେ କନଭେୟର ଵେଲଟରେ ଖଣିଜ ପଦାର୍ଥ ପରିବହନ ପାଇଁ (ଓ,ଏମ୍,ସି) ଦ୍ଵାରା ହଜାର ହଜାର ଗଛ କଟା ଯିବା ପରିବେଶ ପାଇଁ କି ପ୍ରଭାବ ପଡ଼ିବ, ଆଜିର ଦିନରେ ବ୍ରାହ୍ମଣୀ ନଦୀ ଶଯ୍ୟା ଶୁଖିଲା ରହିଛି, ଶିଳ୍ପ ନାଁରେ ଗୋଟିଏ ପଟେ ସୁରେନ୍ଦ୍ର ମାଇନିଙ୍ଗ, ଆଉ ଗୋଟିଏ ପଟେ ଭାସ୍କର ସ୍ପଞ୍ଜ ଶୋଷି ନେଉଛନ୍ତି ପାଣି, ପ୍ରଦୂଷଣର କଳାଧୂଆଁରେ ଅତିଷ୍ଠ ପନି ପରିବା ଚାଷୀ, ଆଉ ଏବେ ଜଳ ଅଭାବରୁ ଦୁର୍ଦ୍ଦିନରେ ଧାନ ଚାଷୀ । ତେଣୁ ବେଳ ଥାଉଁ ଥାଉଁ ଵଣାଇ ବାସୀ ସଚେତନ ହେବା ସହିତ ପ୍ରକୃତିକୁ ବଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
