ଦାମୀ କାରରେ ହେଉଥିଲା ଗଞ୍ଜେଇ ଚାଲାଣ

ମୁନିଗୁଡା : ପୋଲିସକୁ ଭୁଆଁ ବୁଲାଇବାକୁ ଏବେ ଦାମୀ କାରରେ ଚାଲାଣ ହେଉଛି ଗଞ୍ଜେଇ । ଏଭଳି ଦୁଇଟି କାରକୁ  ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି  ମୁନିଗୁଡା ପୋଲିସ ।  ସୂଚନାନୁସାରେ, ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡାରୁ ବିହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ରେଳବାଇ ଫାଟକ ନିକଟରେ ପୋଲିସ ଗୋଟିଏ ଟାଟା ସଫାରି ଓ ଟୋୟଟା କାରରୁ ଅଟକ ରଖିଥିଲା । ଏଥିରୁ ୨ କ୍ବିଣ୍ଟାଲ ୭୧ କେଜି  ଗଞ୍ଜେଇକୁ ଜବତ କରିବା ସହ  ୨ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ଦୁଇ ଗଞେଇ ମାଫିଆ ହେଉଛନ୍ତି ବିହାର ଅଞ୍ଚଳର ଅଖିକୁମାର ତିଆରୀ ଓ ରାହୁଲ କୁମାର ।

Leave a Reply

Your email address will not be published. Required fields are marked *