ବଦଳିଲା ଲାଞ୍ଚ ନେବାର ତରିକା, ସିସିଟିଭି ଭୟରେ PhonePeରେ କାରବାର

ଅସ୍ତରଙ୍ଗ : ବଦଳିଲା ଲାଞ୍ଚ ନେବାର ତରିକା । ସିସିଟିଭି ଭୟରେ ଅସ୍ତରଙ୍ଗ ତହସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଅଫିସର ପ୍ରଶାନ୍ତ ପାତ୍ର ଫୋନପେ ରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ସହିତ ଭିଡ଼ିଓରୁ ସ୍ପଷ୍ଟ ହେଉଛି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, ଆର.ଆଇଙ୍କ ନା ନେଇ ସାଧାରଣ ଲୋକଙ୍କୁ ସିଧା ଲାଞ୍ଚ ମାଗୁଛନ୍ତି l

ସୂଚନା ଅନୁସାରେ, ଗ୍ରାମର ଅଶୋକ ବାରିକଙ୍କ ପତ୍ନୀ ଭାରତୀ ବାରିଙ୍କ କୋଭିଡରେ ମୃତ୍ୟୁ ହୋଇଥିଲା l ସରକାରଙ୍କ ଅନୁକମ୍ପା ପାଇବାକୁ ତହସିଲର ଯାଞ୍ଚ ପାଇଁ ଯାଇଥିବା ବେଳେ ତାଙ୍କୁ ସେଠି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, ଆର.ଆଇଙ୍କ ନା ନେଇ ୫ ଶହ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଅଶୋକ ଟଙ୍କା ଆଣି ନଥିବା କହିବା ସତେ ମଧ୍ୟ୍ୟ ପ୍ରଶାନ୍ତ ବାଧ୍ୟ କରି ଫୋନ ପେ ରେ ନେଇଥିଲେ l ତେବେ ଏଘଟଣା ପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ନଜର ।

Leave a Reply

Your email address will not be published. Required fields are marked *