ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ : ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡରୁ ଆସିଛି ଏକ ଟ୍ରକରେ ୧୮ ଟି କାଠ । ୧୨ ଫୁଟିଆ ଆସନ ୬ ଟି ଥିବାବେଳେ, ୧୨ ଟି ୨୦ ଫୁଟିଆ ରହିଛି ଧଉରା କାଠ । ତେବେ ବସନ୍ତ ପଞ୍ଚମୀରେ ରଥ ନିର୍ମାଣର ଆଦ୍ୟ ପର୍ବ ଅନୁଯାୟୀ ତିନି ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯାଇଥିବା ବେଳେ, ଆସନ୍ତା ରାମନବମୀ ଦିନ କଟକ ଖପୁରିଆ ସ’ମିଲରେ ରଥକାଠ ଚିରଟ ଅନୁକୂଳ ହେବ । ଏଥି ସହିତ ପବିତ୍ର ଅକ୍ଷୟ ତୃତୀୟାରେ ଆଗାମୀ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏ ନେଇ ତୃତୀୟ ପର୍ଯ୍ୟାୟ ରଥକାଠ ପୁରୀ ରଥ ଖଳାରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *