ଫେରିବାଲାରୁ ଚୋରି : ଚୋରି ଧରିବାରେ ସୋର ପୋଲିସର ସଫଳତାକୁ ସବୁଠି ପ୍ରସଂସା 

ସୋର : ପୁଣି ଆନ୍ତଃଜିଲ୍ଲା ଡକାୟତଙ୍କୁ ଧରିଲା ସୋର ପୋଲିସ I ବହୁଚାଲାକିରେ ଚୋରି କରିଥିବା ଚୋର ଖସିଜିବାର ଜେତେ କାଇଦା କସରତ କରିଥିଲେବି ଖସିବାରେ ସଫଳ ହୋଇନି I ଚୋର ପତ୍ରେ ପତ୍ରେ ଯାଇଥିବା ବେଳେ ପୁଲିସ ଶିରେ ଶିରେ ଯାଇଛି I ସୋର ପୋଲିସ ହାତରେ ଧରାପଡିଥିବା ଏଇ ଚୋରଟି ରାଜ୍ୟର ୬୨ ସ୍ଥାନର ଚୋରୀ ମାମଲାରେ ସଂପୃକ୍ତି ଥିବା ଜଣା ପଡିଛି I ଧରାପଡିଥିବା ଚୋର ପାଖରୁ ବହୁ ସୁନା ଗହଣା ଜବତ ହୋଇଛି । ଗତ ଅଗଷ୍ଟ ୧୨ ତାରିଖରେ ରଘୁନାଥପୁର ଗଞ୍ଜ ଗ୍ରାମର ଶାନ୍ତିଲତା ସାହୁଙ୍କ ପରିବାର ଘରେ ନଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଥିଲା । ପୁଲିସ ୩୦୮/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିଲା । ପରେ ସୋର ପୋଲିସ  ଯାଣିବାକୁ ପାଇଥିଲାକି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ସେହି ଡକାୟତ ଗୃପର ୩ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଅଧିକ ଛାନବିନ ଯାରି ରଖିଥିଲା ସୋରଲପୋଲିସ I ସୋର ଆଇ ଆଇସି ସୁଜାତା ଖମାରିଙ୍କ ନିର୍ଦେଶରେ ଏ ଏସ ଆଇ ପ୍ରଦିପ ମହାନ୍ତି ଓ ପ୍ରତାପ କାଲୁ ଏକ ଟିମ କରି ବିଭିନ୍ନ ସ୍ଥାନରେ ଚଢାଉକରି ଯାଜପୁର ଜିଲା ଶଙ୍ଖଚିଲା ଅଞ୍ଚଳର ଜୟନ୍ତ ଗୁରୁକୁ ଗିରଫ କରିଥିଲେ । ସୋର ପୁଲିସ ତଦନ୍ତ କରିବା ବେଳେ ଜୟନ୍ତ ସହିତ ଅନ୍ୟ ଚାରି ଜଣ ମିଳିତଭାବେ ଯାଜପୁର, ଢେଙ୍କାନାଳ, ଭୁବନେଶ୍ବର, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଜିଲାର ୬୨ଟି ସ୍ଥାନରୁ ଡକାୟତ କରିଥିବା ଜଣାପଡିଥିଲା । ସମସ୍ତ ଡକାୟତି ବେଳେ ଜୟନ୍ତ ଡ୍ରାଇଭର ସାଜୁଥିଲା । ଚୋରି ପୂର୍ବରୁ ଫେରିବାଲା ସାଜି ଗାଁ ଗାଁ ରେ ବୁଲି ଲୋକଙ୍କ ଗତିବିଧି ଲଖ୍ୟ କରୁଥିଲେ ଏବଂ ପରେ ଚୋରିରେ ସଫଳ ହୋଇ ଫେରାର ହୋଇଯାଉଥିଲେ I ଗିରଫ ଜୟନ୍ତ ଠାରୁ ସୋର ପୁଲିସ ୧୧ ଗ୍ରାମର ସୁନା ମୁଦି, ଲକେଟ ଓ ୨୬୦ ଗ୍ରାମର ରୂପା ଜବତ କରି ତାକୁ କୋର୍ଟ ଚାଲାଣ କରିଛି I ତେବେ ସୋର ପୋଲିସ ବାରମ୍ବାର ଚୋରି ଘଟଣାର ପର୍ଦାଫାସ କରୁଥିବାରୁ ବିଭିନ୍ନ ମହଲରୁ ଧନ୍ୟବାଦ କରାଯାଇଥିବା ଜଣା ପଡିଛି I

Leave a Reply

Your email address will not be published. Required fields are marked *