ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ : ଏଣିକି ଗଞ୍ଜାମରେ ବାଲ୍ୟ ବିବାହର ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ମିଳିବ ୫୦ ହଜାର ପୁରସ୍କାର ରାଶି । ଏଭଳି କିଛି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ । ଏହାସହ ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଏହା ଘୋଷଣା କରିବା ସହ ବାଲ୍ୟ ବିବାହର ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ୫୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ରାଶି ୫ ହଜାର ଥିବା ବେଳେ ଜିଲ୍ଲାରେ ୩ ଜଣ ସୂଚନା ପ୍ରଦାନକାରୀଙ୍କୁ ଏହି ରାଶି ଦିଆଯାଇଛି । ତେବେ ଜିଲ୍ଳାକୁ ବାଲ୍ୟବିବାହ ମୁକ୍ତ କରିବାରେ ସହଯୋଗ କରିଥିବା  ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ‘ନିର୍ଭୟା କଢି’ ଯୋଜନାର କାର୍ଯ୍ୟକାରୀ କରାଯାଇଥିଲା । ଗ୍ରାମ ପଞ୍ଚାୟତରେ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ୨ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪୪୨୨ ଟି ବୈଠକ ହୋଇଥିଲା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *