ସୋର : ମନମାନି କରି ହଟହଟ୍ଟା ହେଲେ କଣ୍ଟ୍ରୋଲ ଡିଲର । ୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଡିଲରଙ୍କୁ ସରପଞ୍ଚ ସମେତ ଗ୍ରାମବାସୀ ଟେକିନେଇ ୩ କିଲୋମିଟର ବାଟ ଚଲାଇ ଚଲାଇ ନେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳରେ ।
ଖୁଣ୍ଟା ଅଞ୍ଚଳର କଣ୍ଟ୍ରୋଲ ଡିଲର ବିଜେନ୍ଦ୍ର ପ୍ରସାଦ ଦାସ ୪ ମାସ ହେବ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଉନଥିବାରୁ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଡିଲର ଜଣକୁ ୩ କିଲୋମିଟର ବାଟ ଚଲାଇ ଚଲାଇ ପଞ୍ଚାୟତ ନିକଟକୁ ଆଣିଥିଲେ । ଏହା ସହ ସମସ୍ତ ଗ୍ରାମବାସୀ ଓ ସରପଞ୍ଚଙ୍କ ଉପସ୍ଥିତିରେ କାହିଁକି ୪ ମାସ ଧରି ଡିଲର ଜଣକ ରାସନ୍ ସାମଗ୍ରୀ ଦେଉନାହାନ୍ତି ପଚାରିଥିଲେ ।
ଆଗରୁ ମଧ୍ୟ ଡିଲର୍ ଜଣକ ଦିର୍ଘ ଦିନ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଗ୍ରାମବାସୀମାନେ ଚଲାଇ ଚଲାଇ ଆଣିବା ସହ ଅଟକ ରଖିଥିଲେ । ପରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଛାଡିଥିଲେ । ଆଜି ପୁଣି ଚଲାଇ ଚଲାଇ ଆଣିବା ସହ କାହିଁକି ୪ ମାସର ରାସନ ମିଳିନଥିବା ନେଇ ପ୍ରଶ୍ନ କରିବାରୁ ଡିଲର୍ ଜଣକ ତୁରନ୍ତ ହିତାଧିକାରୀଙ୍କୁ ୪ ମାସ ରାସନ ବାଣ୍ଟିବା ପାଇଁ ଡିଲର୍ ଜଣକ ପ୍ରତିଶୃତି ଦେଇଛନ୍ତି ।
