ଚଢ଼ଉ ଭୟରେ ପୋଡ଼ିଦେଲେ ବିଡ଼ାବିଡ଼ା ଟଙ୍କା

କରଞ୍ଜିଆ : ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳରେ ଗୋଟିଏ ପରିବାରର ତିନି ଭାଇ ସୁନୀଲ ସୁଲତାନିଆ, ପ୍ରଭାତ ସୁଲତାନିଆ ଓ ସୌରଭ ସୁଲତାନିଆଙ୍କ ଅଟାକଳ, ତେଜରାତି ଦୋକାନ, ରଡ୍‌, ସିମେଣ୍ଟ ଗୋଦାମ ସହିତ ଖାଇବାତେଲ ଗୋଦାମରେ ଚଢ଼ଉ କରାଯାଇଥିଲା । ତେବେ ଏହି ସବୁ ବ୍ୟାବସାୟିକ ପ୍ରତିଷ୍ଠାନରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି, ସେ ସଂପର୍କରେ ଜିଏସ୍‌ଟି ପକ୍ଷରୁ ଅଦ୍ୟାବଧି କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ କରଞ୍ଜିଆ କରଡ଼ିଆ ମହାବୀର ଛକ ନିକଟରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘର ପାଖରେ ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍‌ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଏତେଗୁଡ଼ିଏ ଟଙ୍କାକୁ କିଏ ଓ କାହିଁକି ପୋଡ଼ିଲା ତାହା ସାଧାରଣରେ ପ୍ରହେଳିକା ସୃଷ୍ଟି କରିଛି । ‌ଚଢ଼ଉ ଭୟରେ କେହି ଟଙ୍କା ପୋଡ଼ିଥିବା ଚର୍ଚ୍ଚା ହେଉଥିବା ବେଳେ ସଂପୃକ୍ତ ବ୍ୟକ୍ତିଜଣକ ସୁଲତାନିଆ ଭ୍ରାତାଙ୍କର ସଂପର୍କୀୟ ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *