ରାୟପୁର : ରାୟପୁର ଏୟାରପୋର୍ଟରେ ବଡ଼ ଦୁର୍ଘଟଣା । ହେଲିକପ୍ଟର କ୍ରାସ୍ ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ । ମୃତକ ୨ ପାଇଲଟ ହେଲେ କ୍ୟାପଟେନ ପଣ୍ଡା ଓ କ୍ୟାପଟେନ ଶ୍ରୀବାସ୍ତବ । କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା ଜଣେ ଓଡିଆ ବୋଲି ଜଣାପଡିଛି । ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା ବିମାନ । ଉଦ୍ଧାରକାରୀ ଟିମ୍ ଉଭୟ ପାଇଲଟକୁ ହେଲିକପ୍ଟର ଧ୍ବଂସାବଶେଷ ଭିତରୁ ଉଦ୍ଧାର କରିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନେଇଯାଇଥିଲେ ।
ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । କ୍ୟାପଟେନ ପଣ୍ଡା ଓଡିଶାର ବାସିନ୍ଦା ହୋଇଥିବା ବେଳେ ଓ କ୍ୟାପଟେନ ଶ୍ରୀବାସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ୍ କରି ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
