ସମାଜ ସେବୀଙ୍କ ସହ ସ୍ବାମୀ ଓ ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ଢେ଼ଙ୍କାନାଳ : ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମ ଅଧିନ ତଇଲା ସାହିରେ ଅଭାବନୀୟ ଘଟଣା । ଜଣେ ମହିଳା ସମାଜ ସେବୀଙ୍କ ସହ ତାଙ୍କ ପୁଅ କ୍ୟାପଟେନ ଆକାଶ ଚୌଧୁରୀ ଓ ସ୍ବାମୀ ଅକ୍ଷୟ ଚୌଧୁର ଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମରଣାତ୍ମକ ଆକ୍ରମଣ କରିଛନ୍ତି ସେହି ଗ୍ରାମର କିଛି ମହିଳା ଓ ପୁରୁଷ ।

ଆକ୍ରମଣରେ ମହିଳା ସମାଜ ସେବୀ ଗୁରୁତର ହୋଇ ପ୍ରଥମେ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସ୍ବାମୀ ଓ ପୁଅ ସାମାନ୍ୟ ଆହତ ହୋଇଛନ୍ତି । ଫାର୍ମ ହାଉସ ନିକଟରେ କେନାଲ ଉପରେ ସ୍ଲାପ ପକାଇବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ଯାହାକୁ ନେଇ ଗଣ୍ଡଗୋଳ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *