ଓକିଲ ସଂଘ ପକ୍ଷରୁ ଆଇନ ଦିବସ ପାଳିତ

ବଣାଇ : ଓଡ଼ିଆ ଜାତିର ଗର୍ବ, ଗୈାରବ, ସ୍ୱାଭିମାନର ପ୍ରତିକ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ ପାଳନ ଅବସରରେ ବଣାଇ ଓକିଲ ସଂଘ ପକ୍ଷରୁ ଆଇନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଯୋଗଦେଇଥିବା ବେଳେ, ଵଣାଇ ଓକିଲ ସଂଘର ସଭାପତି ବିନୟ କୁମାର ଦାଶ, ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମଧୁବାବୁଙ୍କ ଜିବନ ଶୈଳୀ, ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ତାଙ୍କରି ଭୂମିକା ଉପରେ ସୂଚନା ଓ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ବରିଷ୍ଠ ଆଇନଜୀବି ଶ୍ରୀ ଜିତେନ୍ଦ୍ର ଦେହୁରୀ, କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ଉପଜିଲ୍ଲାପାଳ ଏବଂ ସଂଘର କର୍ମକର୍ତ୍ତାଙ୍କ ଦ୍ଵାରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଲିଙ୍ଗରାଜ ମିଶ୍ର, ଵିଜନ କୁମାର ସେନ, ଲଳିତ ମୋହନ ବେହେରା, ତୁଷାରକାନ୍ତି ସାହୁ, ଆନନ୍ଦ ପହୀଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *