ରାଶିଫଳ

ମେଷ : ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବ ।

ବୃଷ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ରଣାଙ୍ଗନରେ ବୀରତ୍ବ ପ୍ରଦର୍ଶନ କରିବେ । ଧନସମ୍ପଦ ଭରପୂର ରହିବ। ଗୁଣଜ୍ଞ ହେବେ​‌ ।

ମିଥୁନ : କର୍ମଚଞ୍ଚଳ ରହିବେ । ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି । ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ ।

କର୍କଟ : ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି । କରିତ୍‌କର୍ମା ହେବେ ।

ସିଂହ : କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ରଚିତ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ବୀ ହେବେ । ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି । ପାରିବାରିକ ସ୍ନେହଶ୍ରଦ୍ଧା ରହିବ ।

କନ୍ୟା : ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ତୁଳା : ଈର୍ଷାପରାୟଣ ହୋଇପାରନ୍ତି । ସ୍ବାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଜଳଯାତ୍ରା ନ କରିବା ଭଲ । ସତର୍କତାର ଦିନ ଆଜି ।

ବିଛା : ବନ୍ଧୁ ମିଳନରେ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି ।

ଧନୁ : ଅନାବଶ୍ୟକ ଖର୍ଚ୍ଚରୁ ଓହରିଯିବେ । ଆଖିରେ ଯନ୍ତ୍ରଣା ଉପୁଜିପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।

ମକର : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ । ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ ।

କୁମ୍ଭ : ଉଦାର ସ୍ବଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ । ସୁସ୍ଥ ରହିବେ । କୃଷକମାନଙ୍କର ସହାୟକ ହେବେ । ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ ।

ମୀନ : ମନ ପ୍ରସନ୍ନ ରହିବ । ଈଶ୍ବର ବିଶ୍ବାସୀ ହେବେ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କଠାରୁ ଆଦର, ସମ୍ମାନ ମିଳିବ । ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।

Leave a Reply

Your email address will not be published. Required fields are marked *