ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିରେ ଆରମ୍ଭ ହେଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର :  ଆସୁଛି ବାତ୍ୟା ‘ଆସାନି’ । ମେ ୪ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଜଳରାଶିରେ ଗୋଟାଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ମେ ୬ ତାରିଖରେ ଉପରୋକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ଭଳି ଜଣାପଡୁଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିରେ ଆରମ୍ଭ ହେଲା ପ୍ରସ୍ତୁତି ବୈଠକ । ଏହି ବୈଠକରେ ମେୟର, ଆଡିସନାଲ କମିଶନର, ଅଗ୍ନିଶମ ବିଭାଗ, ୱାଟକୋ, ଓ ବିଦ୍ୟୁତ ବିଭାଗ ଅଫିସରଙ୍କ ଉପସ୍ଥିତିରେ ଚାଲିଛି ବୈଠକ । ନାଳ ନାର୍ଦ୍ଦମା ସହ ସମ୍ବେଦନଶୀଳ ଜାଗାଗୁଡିକ ଚିହ୍ନଟ ହୋଇଛି । ସବୁ ସ୍ଥାନରେ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯିବ ।

ସୂଚନାନୁସାରେ, ମେ ୫ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ, ମେ ୪ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ୪୦ ରୁ ୫୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ‌ହୋଇପାରେ ।

Leave a Reply

Your email address will not be published. Required fields are marked *