ମେ ୫ରେ ବସିବ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ

ପୁରୀ : ଦୁଇ ବର୍ଷ ପରେ ବସିବ ରଥ ସମନ୍ୱୟ ବୈଠକ । ରଥଯାତ୍ରାକୁ ନେଇ ସମନ୍ୱୟ ବୈଠକରେ ହେବ ଆଲୋଚନା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଆହୁରୀ ମଧ୍ୟ କହିଛନ୍ତି ଯେ, ରଥଯାତ୍ରାକୁ ନେଇ ଦୀର୍ଘ ଦୁଇବର୍ଷ ପରେ ହେବ ରଥ ସମନ୍ୱୟ ବୈଠକ । ଆସନ୍ତା ମେ ମାସ ୫ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ । ପୁରୀ ପୌରସଦନରେ ଦିନ ୧୧ଟା ରେ ଅନୁଷ୍ଠିତ ହେବ ଏହି ବୈଠକ । କୋଭିଡର ସ୍ଥିତିକୁ ଦେଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ, ସେନେଇ ନିଆଯିବ ନିଷ୍ପତ୍ତି । ଚନ୍ଦନଯାତ୍ରା ଭଳି ରଥଯାତ୍ରାରେ ହୋଇପାରନ୍ତି ଭକ୍ତ ସାମିଲ୍ ।

Leave a Reply

Your email address will not be published. Required fields are marked *