ଯୁବକଙ୍କୁ ପିଟି ପିଟି ହତ୍ୟା, ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ଗୋବିନ୍ଦପୁର ଗାଁର କମଳାକାନ୍ତ ମଳିକ । ରବିବାର ସକାଳେ ନିଜ ଛାତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମଳାକାନ୍ତ ପଡ଼ିଥିବା ତାଙ୍କ ୬ ବର୍ଷର ପୁଅ ଦେଖିଥିଲା । ପରିବାର ଲୋକଙ୍କୁ ଡାକିବା ପରେ, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋର ଓ ପରେ କଟକ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପୁଅକୁ ସେହି ଗାଁର କିଛି ବ୍ୟକ୍ତି ପିଟି ପିଟି ହତ୍ୟା କରି ଛାତ ଉପରେ ଫିଙ୍ଗି ଦେଇଥିବା ବାପା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି । ତେବେ ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *