ବେଆଇନ ମୋରମ ଚାଲାଣ କରୁଥିବା ୪ଟି ଗାଡ଼ିରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଗୁଡଭେଲା : ତୁଷୁରା ରାଜସ୍ୱ ବିଭାଗ ପକ୍ଷରୁ ବେଆଇନ ମୋରମ ଚାଲାଣ କରୁଥିବାରୁ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଉଛି । ତୁଷୁରା ତହସିଲ ଅନ୍ତର୍ଗତ ମାଢେକେଲା ପଞ୍ଚାୟତ ଆଟଗାଁ ରାସ୍ତାରେ ବେଆଇନ ମୋରମ ଖନନ ହୋଇଥିବା ଖବର ପାଇ ଶନିବାର ବଲାଙ୍ଗୀର ଅତିରିକ୍ତ ମାଜିଷ୍ଟ୍ରେଟ ମହେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ, ବରିଷ୍ଠ କିରାଣୀ ପୁନେନ୍ଦୁ ମହାକୁର, କନିଷ୍ଠ କିରାଣୀ ଆକାଶ ମିଶ୍ର, ଗୁଡଭେଲା ରାଜସ୍ୱ ନିରୀକ୍ଷକ ସତ୍ୟରାଜ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *