ଵଣାଇ : ଗତ ୫ ତାରିଖ ଦିନ ମାନ୍ୟବର ଦେଶର ପ୍ରଧାନମନ୍ତ୍ରୀ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ପଞ୍ଜାବ ଗସ୍ତ ସମୟରେ ପଞ୍ଜାବ ସରକାର(କଂଗ୍ରେସ ଶାସିତ)ଙ୍କ ଦ୍ଵାରା ଜାଣିଶୁଣି ଅବହେଳା ଓ ରାଜନୈତିକ ଷଡଯନ୍ତ୍ର ଯୋଗୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗୁରୁତ୍ୱର ଅବହେଳା ପରିଲକ୍ଷିତ ହୋଇଥିଲା । ଏହାକୁ ବିଭିନ୍ନ ମହଲରେ ସାରା ଦେଶରେ ତୀବ୍ର ନିନ୍ଦା କରାଯିବା ସହ ଜାତିରପିତା, ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମୌନ ପ୍ରତିବାଦ କରାଯାଉଛି । ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି, ବଣାଇ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଅନୀଲ ବାର୍ଲାଙ୍କ ନେତୃତ୍ବରେ ଲହୁଣୀ ପଡା ବ୍ଲକ ନିକଟସ୍ଥ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ମୌନ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଲୁଥାର ଓରାମ, ଅଭିରାମ ମହାକୁଡ଼ଙ୍କ ସମେତ ବହୁସଂଖ୍ୟାରେ କର୍ମ କର୍ତ୍ତା ଯୋଗଦେଇ ଥିଲେ ।
