ବାଇକ୍ ଦୁର୍ଘଟଣା ରେ ଦୁଇ ଯୁବକ ମୃତ

 

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବର୍ଡାବାହାଲ ଗ୍ରାମ ନିକଟରେ ସନ୍ଧ୍ୟାରେ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି।
ଘଟଣା ରୁ ପ୍ରକାଶ ଉପରପଡା ଗ୍ରାମ ର ଶିଵୁ ମାହାନ୍ତି ଏବଂ ଘନଶ୍ୟାମ ବ୍ରହ୍ମ ଆଜି ନିକଟସ୍ଥ ସାତକୁଟା ସାପ୍ତାହିକ ହାଟ କୁ ଯାଇ ସନ୍ଧ୍ୟା ୬ଟା ସମୟରେ ନିଜ ବାଇକ୍ ଯୋଗେ ଘର କୁ ଫେରୁଥିବା ବେଳେ ବର୍ଡାବାହାଲ ନିକଟରେ କୋୖଣସି ଏକ ଭାରିଯାନ ସହିତ ଧକ୍କା ହେବାରୁ ଦୁହେଁ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ଦୁହିଁଙ୍କ ମୁଣ୍ଡ ଫାଟି ରାସ୍ତା ସାରା ରକ୍ତ ରେ ଭିଜି ଯାଇଥିବା ବେଳେ ଅତ୍ୟଧିକ ରକ୍ତ ସ୍ରାବ ହେତୁ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହୋଇ ଯାଇଥିଲା ।ସ୍ଥାନିୟ ଲୋକ କଂ ସହାୟତା ରେ ତୁରନ୍ତ ଆମ୍ବୁଲାନ୍ସରେ ଦୁହିଁଙ୍କୁ ଵଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ମାତ୍ର ଡାକ୍ତର ସେଠାରେ ଦୁଇ ଯୁବକ କୁ ମୃତ ଘୋଷଣା କରିଥିଲେ ।ଏ ଖବର ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମ ରେ ଏକ ପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଯୁବକ ଛୋଟ ସମୟରୁ ବାପା ଛେଉଣ୍ଡ ହୋଇଥିବା ବେଳେ ଦୁହେଁ ଅବିବାହିତ ଏବଂ ପରିବାର ର ମୁଖ୍ୟ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ କୁ ଜବତ କରିବା ସହିତ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *