ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଂଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ଶୁକ୍ରବାର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ଚାରି ଚକିଆ ଯାନରୁ ୫୪ କିଲୋଗ୍ରାମର ଗଞ୍ଜେଇକୁ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଥାନାରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏହାସହ ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଗିରଫ ୪ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ମହାକାଳପଡା ଅଞ୍ଚଳର ଅମରେନ୍ଦ୍ର ମଳିକ, ରାଜା ମଳିକ, ଦେବବ୍ରତ ଦାସ ଓ ପ୍ରକାଶ ଜେନା । ଏନେଇ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।
